ଅପ୍ରାନ୍ତ Web IME ଏବଂ ଓଡ଼ିଆ ଭାଷା ୱେବ୍‌ସାଇଟ୍‌

ସମସ୍ୟା: ବର୍ତ୍ତମାନ ସୁଦ୍ଧା କମ୍ପ୍ୟୁଟର୍‌ ଓ ଇଣ୍ଟରନେଟ୍‌ରେ ଅନ୍ୟାନ୍ୟ ଭାରତୀୟ ଭାଷା ଭଳି ଓଡ଼ିଆ ଭାଷାର ଉପଲବ୍ଧତା ବିଶେଷ ଉତ୍ସାହଜନକ ନୁହେଁ। ଏଥିପାଇଁ କମ୍ପ୍ୟୁଟର୍‌ର ବିଭିନ୍ନ ବ୍ୟବହାର ଓ ପ୍ରୟୋଗ ଯଥା-ବିଭିନ୍ନ ବ୍ରାଉଜର୍‌ ଏବଂ ୱିଣ୍ଡୋଜ୍‌ ବା ମ୍ୟାକ୍ OS ରେ ଓଡ଼ିଆ ଲେଖାଗୁଡ଼ିକୁ ଠିକ୍‌ଭାବେ ପଢ଼ିବାରେ ଏକାଧିକ ସମସ୍ୟା ଦେଖାଦେଉଛି। କୌଣସି ଓଡ଼ିଆ ୱେବ୍‌ସାଇଟ୍‌ ଦେଖୁଥିବା ବ୍ୟକ୍ତିମାନଙ୍କ କମ୍ପ୍ୟୁଟର୍‌ରେ ଠିକ୍‌ଭାବେ କାର୍ଯ୍ୟ କରୁଥିବା ଓଡ଼ିଆ ଫଣ୍ଟ୍‌ ନଥିବାକୁ ନେଇ ଅଭିଯୋଗ ହୋଇଥାଏ।

ସମାଧାନ: ଏହିଭଳି ସବୁ ସମସ୍ୟାର ସମାଧାନ ସହିତ ବ୍ୟବହାରକାରୀମାନେ ଓଡ଼ିଆ ଫଣ୍ଟ୍‌ ନଥାଇ ବା ନିଜ କମ୍ପ୍ୟୁଟର୍‌ରେ କୌଣସି ସଫ୍ଟୱେର୍‌କୁ ବ୍ୟବହାର ନକରି ଯେପରି ଆପଣଙ୍କ ୱେବ୍‌ସାଇଟ୍‌ରେ ସୁବିଧାରେ ଓଡ଼ିଆରେ ଲେଖି ଓ ପଢ଼ିପାରିବେ, ସେଥିପାଇଁ ଅପ୍ରାନ୍ତ ୱେବ୍‌ ଆଇଏମ୍‌ଇର ବିକାଶ କରାଯାଇଛି।

ଅପ୍ରାନ୍ତ Web IME ଆପଣଙ୍କ ୱେବ୍‌ସାଇଟ୍‌ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା। ଯାହା ସାହାଯ୍ୟରେ ୱେବ୍‌ ସମ୍ପର୍କୀତ ବିଭିନ୍ନ ବ୍ରାଉଜର୍‌ରେ ଆପଣଙ୍କ ଦ୍ୱାରା ନିର୍ମିତ ୱେବ୍‌ସାଇଟ୍‌ର ତଥ୍ୟ ଓ ସୂଚନା ଆଦିକୁ ବିନା ଅସୁବିଧାରେ ପଢ଼ିହେବ।

  • ଯଦି ଆପଣ ଅପ୍ରାନ୍ତ Web IME ଓ ଓଡ଼ିଆ ଡାୟନାମିକ୍‌ ଫଣ୍ଟ୍‌ ବ୍ୟବହାର କରି ୱେବ୍‌ସାଇଟ୍‌ ନିର୍ମାଣ କରିଥିବେ ତେବେ, ଏହାକୁ ଦେଖୁଥିବା ବା ପଢ଼ୁଥିବା ପାଠକମାନେ ସୁବିଧାରେ ୱେବ୍‌ସାଇଟ୍‌ର ପ୍ରଦତ୍ତ ତଥ୍ୟ ଓ ସୂଚନାସବୁକୁ ଠିକ୍‌ଭାବେ ପଢ଼ିପାରିବେ ଓ ଆପଣଙ୍କ ୱେବ୍‌ସାଇଟ୍‌ରେ ଓଡ଼ିଆରେ ଲେଖିପାରିବେ (ଯଥା: ମତାମତ ପ୍ରକାଶ କରିବା, ଆପଣଙ୍କୁ ୱେବ୍‌ସାଇଟ୍ ମାଧ୍ୟମରେ ଓଡ଼ିଆରେ ପତ୍ର ଲେଖିବା ଇତ୍ୟାଦି)।
  • ୱେବ୍‌ସାଇଟ୍‌ରେ ଓଡ଼ିଆ ଅକ୍ଷରଗୁଡ଼ିକ ସମସ୍ତ ବ୍ରାଉଜର୍‌ ଓ ଅପରେଟିଙ୍ଗ୍ ସିସ୍ଟମ୍‌ରେ ସମାନଭାବେ ଦୃଶ୍ୟମାନ ହେବ
  • ପାଠକଙ୍କ କମ୍ପ୍ୟୁଟର୍‌ରେ ଓଡ଼ିଆ ଫଣ୍ଟ୍‌ ବା ଓଡ଼ିଆ ସଫ୍ଟୱେର୍‌ ଥିବା ଆବଶ୍ୟକ ନାହିଁ।

ଅପ୍ରାନ୍ତ Web IMEର କାର୍ଯ୍ୟ କ୍ଷମତା

Browser/OS
ଓଡ଼ିଆ ପଢ଼ିହେବ କି?
ଓଡ଼ିଆରେ ଲେଖିହେବ କି?
Internet Explorer ( IE 6.0 and above )
Firefox (Version 3.5 and above )
Safari ( Version 3.2.1 and above )
Opera ( Version 10.0 and above )
Google Chrome ( Version 12.0 and above )
Windows OS ( XP, Vista, Win 7/10)
Mac OS X (10.7 Lion and above)
Linux
Android (Chrome Browser)
iOS (Safari Browser)
Microsoft Surface
Android

ଅପ୍ରାନ୍ତ Web IME - ବିଭିନ୍ନ ସଂସ୍କରଣ

  • କେବଳ Dynamic Font : ଆପଣଙ୍କଦ୍ୱାରା ବିକଶିତ/ଗଠିତ ୱେବ୍‌ସାଇଟ୍‌ରେ ଥିବା ଓଡ଼ିଆ ଲେଖାଗୁଡ଼ିକୁ ଲୋକେ କେବଳ ପଢ଼ିପାରିବେ କିନ୍ତୁ ଓଡ଼ିଆରେ ଲେଖିପାରିବେ ନାହିଁ (ଯଥା: ମତାମତ ପ୍ରକାଶ କରିବା )
  • ପ୍ରାରମ୍ଭ : ଆପଣଙ୍କଦ୍ୱାରା ବିକଶିତ/ଗଠିତ ୱେବ୍‌ସାଇଟ୍‌ରେ ଲୋକେ ଓଡ଼ିଆରେ ପଢ଼ିପାରିବେ ଏବଂ ଏଥିରେ ଅନ୍ତର୍ଗତ ଫୋନେଟିକ୍ କି-ବୋର୍ଡ୍ ସାହାଯ୍ୟରେ ଓଡ଼ିଆରେ ଲେଖିପାରିବେ।
  • ବ୍ୟବସାୟ : ଆପଣଙ୍କଦ୍ୱାରା ବିକଶିତ/ଗଠିତ ୱେବ୍‌ସାଇଟ୍‌ରେ ଲୋକେ ଓଡ଼ିଆରେ ପଢ଼ିପାରିବେ ଏବଂ ଏଥିରେ ଅନ୍ତର୍ଗତ କି-ବୋର୍ଡ୍ ଫୋନେଟିକ୍, ମଡ୍ୟୁଲାର୍‌ ଓ ଇନ୍‌ସ୍କ୍ରିପ୍ଟ୍ ବ୍ୟବହାର କରି ଓଡ଼ିଆରେ ଲେଖିପାରିବେ।

କ୍ରୟ ମୂଲ୍ୟ ଓ ୱେବ୍‌ସାଇଟ୍ ପରାମର୍ଶ ପାଇଁ ସମ୍ପର୍କ କରନ୍ତୁ - ୮୭୬୩୨-୫୪୫୫୭