ବରିଷ୍ଠ ବ୍ୟବସାୟ ପରିଚାଳକ (Sr. Sales and Business Manager)
ଏହି ପଦବୀରେ ନିଯୁକ୍ତ ପ୍ରାର୍ଥୀ ସଂସ୍ଥା ଦ୍ୱାରା ବିଭିନ୍ନ ପ୍ରକାରର ଅଭିନବ ବା ନୂତନ କମ୍ପ୍ୟୁଟର୍‌ ସଫ୍ଟ୍‌ୱେର୍‌ର ପ୍ରଚାର, ପ୍ରସାର ଓ ଆବଶ୍ୟକ ବିକ୍ରୟ କାର୍ଯ୍ୟ ସହିତ ଗ୍ରାହକ ସମ୍ପର୍କ ଆଦି କାର୍ଯ୍ୟ ସମ୍ପାଦନ କରିବେ। ନିଜର କାର୍ଯ୍ୟକୁ ସଠିକଭାବେ ପରିଚାଳନା କରିବା ପାଇଁ ଦୃଢ଼ ପରିମାଣାତ୍ମକ ଦକ୍ଷତା ସହିତ ଉତ୍ତମଭାବେ ଲେଖିବା ଓ କହିବା ଜ୍ଞାନ ଥିବା ଏବଂ ନିଜ କାର୍ଯ୍ୟକୁ ସଠିକଭାବେ ବୁଝି ସେହି ମୁତାବକ କାର୍ଯ୍ୟ ବିଶେଷ କରି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟ ସମ୍ପନ୍ନ କରିବାର କ୍ଷମତା ଥିବା ଆବଶ୍ୟକ।

ଶିକ୍ଷାଗତ ଓ ଅନ୍ୟନ୍ୟ ଯୋଗ୍ୟତା

  • ବ୍ୟବସାୟ ପରିଚାଳନା/ଯୋଗାଯୋଗ କ୍ଷେତ୍ରରେ ସ୍ନାତକୋତ୍ତର ଡିପ୍ଲୋମା ବା ଏମ୍‌.ବି.ଏ. (PG Diploma or MBA in Marketing) କରିଥିବା ସହିତ ବିଦ୍ୟାଳୟସ୍ତରରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ପାଠ ପଢ଼ିଥିବେ।
  • ବ୍ୟବସାୟ ପରିଚାଳନା କ୍ଷେତ୍ରରେ ୧୨ ରୁ ୧୫ବର୍ଷର ଅଭିଜ୍ଞତା ସହିତ ବରିଷ୍ଠ ପରିଚାଳକ ଭାବେ ଅତି କମ୍‌ରେ ୫ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ଶିଳ୍ପକ୍ଷେତ୍ରରେ ଆବଶ୍ୟକ ଅଭିଜ୍ଞତା ସହିତ ଗଣମାଧ୍ୟମ ସହିତ ସମ୍ପର୍କ ବାବଦରେ ଜ୍ଞାନ ଓ ବୁଝାମଣା ଥିବା ଆବଶ୍ୟକ।
  • ଓଡ଼ିଆ ଭାଷା,ସାହିତ୍ୟ ଏବଂ ଓଡ଼ିଆ ସଂସ୍କୃତି ପ୍ରତି ଆଗ୍ରହ ଥିବା ଆବଶ୍ୟକ।
  • ଉପଯୁକ୍ତ ବା ଆବଶ୍ୟକ ବୈଷୟିକ ଜ୍ଞାନ ସହିତ ବିଭିନ୍ନ ସାମାଜିକ ଗଣମାଧ୍ୟମ ଯଥା: - ଫେସ୍‌ବୁକ୍‌, ଟ୍ୱିଟର୍‌ ସହିତ ସୁପରିଚିତ ହୋଇଥିବା ଆବଶ୍ୟକ।
  • ବୟସ ୩୫ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

  • ବିଭିନ୍ନ ସଫ୍ଟ୍‌ୱେର୍‌ର ବିକ୍ରୟ ବୃଦ୍ଧି ପାଇଁ ଉତ୍କୃଷ୍ଟ ଯୋଜନା ପ୍ରସ୍ତୁତ କରି ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିବେ।
  • ସଂସ୍ଥା ଉତ୍ପାଦନ ବିକାଶରେ କାର୍ଯ୍ୟରତ ଦଳସହ ମିଶି, ସୃଜନାତ୍ମକ କାର୍ଯ୍ୟ, ବିଶ୍ଳେଷଣ ଆଦି ବ୍ୟବସ୍ଥା ବାବଦରେ ସଠିକ ଜ୍ଞାନ ଆହରଣ କରି ଗ୍ରାହକମାନଙ୍କ ସଂଖ୍ୟା ବୃଦ୍ଧି କରିବେ।
  • ରାଜ୍ୟସ୍ତରୀୟ ବା ଆଞ୍ଚଳିକ ଆବଶ୍ୟକତାକୁ ନେଇ ବିଜ୍ଞାପନ କାର୍ଯ୍ୟ ପରିଚାଳନା, ଅପ୍ରାନ୍ତ ସଫ୍ଟ୍‌ୱେର୍‌ ଶିକ୍ଷାଦାନକାରୀ ଓ କ୍ଷେତ୍ର-ବ୍ୟବସାୟ ଅଧିକାରୀମାନଙ୍କ ସହିତ ଉତ୍ତମ ସଂଯୋଜନା କରିବେ।
  • ପ୍ରକଳ୍ପ ପରିଚାଳନା କ୍ଷେତ୍ରରେ କାର୍ଯ୍ୟରତ ଦଳ ସହିତ ଜଡ଼ିତ ରହି ଆବଶ୍ୟକ ଯୋଜନା କରିବା ସହିତ ବିକ୍ରୟ ବୃଦ୍ଧି ନିମନ୍ତେ କାର୍ଯ୍ୟ କରିବେ।

ଦରମା ଓ ଅନ୍ୟାନ୍ୟ ଭତ୍ତା

  • ବାର୍ଷିକ ୫ ରୁ ୭.୫ ଲକ୍ଷ ଟଙ୍କା ସହିତ ଯାତାୟତ ଭତ୍ତା ଓ କାର୍ଯ୍ୟକୁଶଳତା ଭତ୍ତା ଆଦି
  • ପ୍ରାର୍ଥୀଙ୍କର ସନ୍ତାନମାନଙ୍କ ପାଇଁ ଶିକ୍ଷା ଖର୍ଚ୍ଚ
  • ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମା
  • ସବେତନ ଛୁଟି